ସମ୍ବଲପୁର ମ୍ୟୁନିସିପାଲଟି: ଦୁର୍ଗାପାଲି ସ୍ଥିତ ସାମାଜିକ ସେବା ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବିୟୁଟି ଏକ୍ସୋ ବିଜେତା ପ୍ରିୟା ଧିମାନ ଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିୟୁଟି ଏକ୍ସୋ 2025 ସିଜନ୍ - 9 ମଡେ଼ଲିଂ ପ୍ରତିଯୋଗିତାରେ ବିଜୟୀ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ସହରର ପ୍ରତିଯୋଗୀ ପ୍ରିୟା ଧିମାନ। ଏହି ପ୍ରତିଯୋଗିତାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ 20 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରିୟା ବିଜେତା ହୋଇଛନ୍ତି। ତେଵେ ପ୍ରିୟା ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରୁ ବିଜୟୀ ହୋଇ ସମ୍ବଲପୁର ଫେରିବା ପରେ ଆଜି ଦିନ ଦୁର୍ଗାପାଲି ସ୍ଥିତ ସାମାଜିକ ସେବା ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।