ସମ୍ବଲପୁର ମ୍ୟୁନିସିପାଲଟି: ଓବିସି ଯୁବ ଜାଗରଣ ଛାତ୍ର ମଞ୍ଚ ଓଡ଼ିଶା ପକ୍ଷରୁ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ
ଆଜି ଓବିସି ଯୁବ ଜାଗରଣ ଛାତ୍ର ମଞ୍ଚ ଓଡ଼ିଶା ପକ୍ଷରୁ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ଯୁବ ଜାଗରଣ ଛାତ୍ର ମଞ୍ଚ ଓଡ଼ିଶା ପକ୍ଷରୁ ଏହାର ପ୍ରତିନିଧି ମାନେ ଓଡ଼ିଶାରେ ସଂପୁର୍ଣ୍ଣ ଓବିସି ସଂରକ୍ଷଣ ଦାବି ଓ ସାମାଜିକ ନ୍ୟାୟ ଆନ୍ଦୋଳନ ନିମନ୍ତେ ଯେଉଁ ସବୁ ପଦକ୍ଷେପ ନିଆଯିବ ସେନେଇ ଗଣମାଧ୍ୟମକୁ ତଥ୍ୟ ଉପସ୍ଥାପନା କରୁଥିଲେ। ବିଶେଷକରି ରାଜ୍ୟରେ ସରକାର ପରେ ସରକାର ପରିବର୍ତ୍ତିତ ହେଉଥିବା ବେଳେ ରାଜ୍ୟରେ ଥିବା ଓବିସି ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂରକ୍ଷଣ ସୁବିଧା ମିଳିପାରିନାହିଁ।