ପାରଳାଖେମୁଣ୍ଡି: ଗଜପତିରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ: ଜାଣନ୍ତୁ କେବେ ଓ କେଉଁଠି
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୧୧ ଓ ୧୨ ତାରିଖରେ 'ବିକଶିତ ଭାରତ ଯୁବ ନେତୃତ୍ୱ ଓ ସଂଳାପ' ମହୋତ୍ସବ ଅନୁଷ୍ଠିତ ହେବ। ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମ ହେବ। ୧୫ରୁ ୨୯ ବର୍ଷ ବୟସର ଯୁବକ ଯୁବତୀମାନେ ଅଂଶଗ୍ରହଣ କରିପାରିବେ। ଆକର୍ଷଣୀୟ ପୁରସ୍କାର ସହ ବିଭିନ୍ନ ପ୍ରତିଯୋଗିତାର ସୁଯୋଗ ରହିଛି।