କେନ୍ଦ୍ରାପଡା: ମିଶରଣସିଂହପୁର ଗ୍ରାମରେ ବିଜୁ ଜନତା ଦଳର କାର୍ଯ୍ୟକର୍ତା କାର୍ତ୍ତିକ ବେଉରାଙ୍କ ପରଲୋକ, ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଗଭୀର ଶ୍ରଦ୍ଧାଞ୍ଜଳି
ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ମିଶରଣରସିଂହପୁର ଗ୍ରାମର ବିଜୁ ଜନତା ଦଳର ଜଣେ ଗ୍ରାସ୍ତ ସେବକ ଓ ନିଷ୍ଠାବାନ କାର୍ଯ୍ୟକର୍ତ୍ତା କାର୍ତ୍ତିକ ଚନ୍ଦ୍ର ବେଉରାଙ୍କ ଦୁଃଖଦ ଅବସାନ ଘଟିଛି ।ଏନେଇ ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଆଜି ପ୍ରାୟ ୮ ଘଣ୍ଟିକା ସମୟରେ ତାଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାର ବର୍ଗଙ୍କ ସହିତ ଦୁଃଖ ସାଧାରଣ କରିଥିଲେ । ବିଧାୟକ ମହୋଦୟ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ — କାର୍ତ୍ତିକ ବେଉରା ବିଜୁ ଜନତା ଦଳର ପ୍ରତି ନିଷ୍ଠା ଓ ଜନସେବା ପ୍ରତି ତାଙ୍କର ଅଭିନିବେଶ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣା ଅଟୁଟ ରହିବ ।