ବାତ୍ୟା ‘ଅକ୍ଵାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହାର ସିଧାସଳଖ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସ୍ଆରସିଙ୍କ ନିୟନ୍ତ୍ରଣ କକ୍ଷରେ ପହଞ୍ଚି ମୁଖ୍ୟମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।