ପଟ୍ଟାମୁଣ୍ଡାଇ ବ୍ଳକ ଡିଆପଡା ପଂଚାୟତ ରେ ଥିବା ପନ୍ତୁରି ଗ୍ରାମର କରୁଣାକର ରାଉତ ଙ୍କ ଏକ ଜାଗା ଅଙ୍ଗନବାଡି କେନ୍ଦ୍ର ନିକଟରେ ଅଛି l ଦୀର୍ଘ ଦିନ ଧରି ସେ ବ୍ୟବହାର କରୁଥିବା ବେଳେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଯୋରଜବରଦସ୍ତ ଉକ୍ତ ଜାଗା ଉପରେ ତିଆରି କରୁଛନ୍ତି ରାସ୍ତାl ଏନେଇ ଆଜି ଦିନ 12ଟା ବେଳେ ତହସିଲ ରେ ଅଭିଯୋଗ କରିଛନ୍ତି ଜାଗା ମାଲିକ କରୁଣାକର l ଗାଁ ଲୋକଙ୍କ ଏପରି କାର୍ଯ୍ୟ କୁ ବିରୋଧ ପରେ ଯଦି ସରକାର କିଛି ପଦକ୍ଷେପ ନନିଅନ୍ତି ତେବେ ଜିଲ୍ଲାପାଳ ଙ୍କ ନିକଟରେ ସେ ଗୁହାରି କରିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l