ତଲସରା: ବଡ଼ଗାଁ ଡାକ ବଙ୍ଗଳା ଠାରେ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ନୂତନ କମିଟି ଗଠନ
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ର ସମସ୍ତ ଏଲିମେଣ୍ଟାରୀ ଶିକ୍ଷକ ମାନଙ୍କୁ ନେଇ ଗଠିତ ପ୍ରାଥମିକ ଶିକ୍ଷକ ମହାସଂଘ ର ବୈଠକ ଓ ମହାସଂଘ ର ନୂତନ କମିଟି ରବିବାର ଗଠନ ହୋଇଛି। ଶିକ୍ଷକ ନେତା ଧନଞ୍ଜୟ ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ଶିକ୍ଷକ ପ୍ରେମ କୁମାର ଦାସ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ମାଧ୍ୟମରେ ଏକ ହେବାକୁ କହିଥିବାବେଳେ ଶିକ୍ଷକ ନେତା ନାଏକ ସମସ୍ତ ବର୍ଗ ର ଶିକ୍ଷୟତ୍ରୀ ଶିକ୍ଷକ ମହାସଂଘ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।