ଜାଗାବାଡି ବିବାଦକୁ କେନ୍ଦ୍ରକରି ସଦାନନ୍ଦ ପୁର ଗ୍ରାମର ଦୁର୍ଯ୍ୟୋଧନ ସୁନ୍ଦରାୟଙ୍କ ପତ୍ନୀ ଭବାନୀ ସୁନ୍ଦରାୟଙ୍କୁ ସେହି ଗ୍ରାମର ଶିବରାମ ପଣ୍ଡା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିଥିବା ନେଇ ଗତକାଲି ରାତି ୮ଟାରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଆଜି ସନ୍ଧ୍ୟାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।