ଟିଟିଲାଗଡ: ଢୋଲମାନ୍ଦଲ ଗ୍ରାମରେ ଆରମ୍ଭ ହେଲା 36ତମ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ଗ୍ରାମରେ 36ତମ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଅକ୍ଟୋବର 17ରୁ 21 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ପରମ୍ପରା ଗତ 36 ବର୍ଷ ଧରି ପାଳିତ ହୋଇଆସୁଛି।