#ସ୍ୱାୟତ୍ତ_ଶାସନ_ଦିବସ_୨୦୨୬_ଧୂମଧାମରେ_ପାଳିତ !!
ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଜଳେଶ୍ୱର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଧୂମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ୨୦୨୨ରୁ ୨୦୨୭ ମଧ୍ୟରେ ଜଳେଶ୍ୱର ପୌରପାଳିକା ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ସାରା ଓଡ଼ିଶାରେ ପୌରପାଳିକା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ସଭାପତିତ୍ୱ କରି ମତବ୍ୟକ୍ତ କରିଥିଲେ ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଯୋଗଦେଇଥିବା ବେଳେ ବିଶେଷ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶିବ ମାଲବ୍ୟ ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ ସିଂ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ କରିଥିବା ଅନେକ ପ୍ରତିଭାଙ୍କୁ ପୌରପାଳିକା ପକ୍ଷରୁ ସମ୍ମାନିତ କରାଯାଇଥିଲା।
#mahimatv #jalasore #balasore