କଣ୍ଟାବାଞ୍ଜି: ମୁରିବାହାଲ ଥାନା ଅର୍ନ୍ତଗତ ପତ୍ରାପାଲି ଗାଁ ଠାରେ ସଡ଼କ ଦୁର୍ଘଟଣା ଗାଡି ଧକ୍କାରେ ସାଇକେଲ ଚାଳକ ଙ୍କ ମୃତ୍ୟୁ
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି ଗାଁ ନିକଟରେ ସାଇକେଲ ରେ କାମ କରିବାକୁ ଯାଉଥିବା ବେଳେ ପଛ ରୁ ଧକ୍କା ଦେଲେ ଗାଡି। ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହେଲେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ହେଲେ କଣ୍ଟାବାଞ୍ଜି ସହର ର ଆନନ୍ଦନଗର ପଡାର ଇନ୍ଦ୍ର ଚନ୍ଦନ ବୋଲି ଜଣାପଡିଛି।