NITRAA ରାଉରକେଲା ଲୋକାଲ୍ ଚାପ୍ଟର ଦ୍ୱାରା 59ତମ ଇଞ୍ଜିନିୟର୍ସ ଡେ' ବହୁତ ସୁନ୍ଦର ଭାବେ ପାଳିତ
ରାଉରକେଲା ୧୫/୦୯ : ରାଉରକେଲା କ୍ଲବ୍ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ
ମୁଖ୍ୟ ଅତିଥି ଭାବେ ଡକ୍ଟର ଅତନୁ ଭୌମିକ, ପୂର୍ବତନ DIC, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ,ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ପ୍ରସାଦ ନାୟକ, ଗ୍ରୁପ୍ ହେଡ୍, ଆଦିତ୍ୟ ବିର୍ଲା ଗ୍ରୁପ୍,ସମ୍ମାନିତ ଅତିଥି ଭାବେ ପ୍ରଫେସର ସରୋଜ କୁମାର ପଟେଲ ଏବଂ ମଞ୍ଚାସୀନ ଅତିଥିବୃନ୍ଦ
ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଫକିର ଚରଣ ମହାନ୍ତି, ଆସୋସିଏଟ୍ ଡିନ୍ ଆଲୁମ୍ନାଇ ପ୍ରଫେସର ଅର୍ଚ୍ଚନା ମଲ୍ଲିକ, ପୂର୍ବତନ ଲୋକାଲ୍ ଚାପ୍ଟର ଚେୟାରମ୍ୟାନ ଶ୍ରୀ ବିମଳ କୁମାର ବିସି, ନୂତନ ଚେୟାରମ୍ୟାନ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସଂପାଦକ ଶ୍ରୀ ଅନୁପ ଅଗ୍ରୱାଲ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସନ୍ଧ୍ୟା ନାଏକ। ପ୍ରଫେସର ବିମ୍ବାଧର ସତପଥୀଙ୍କ ଆତ୍ମାର ସଦଗତି ନିମନ୍ତେ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖକୁ 'ଇଞ୍ଜିନିୟର୍ସ ଡେ' ବା 'ଅଭିଯନ୍ତା ଦିବସ' ଭାବରେ ପାଳନ କରାଯାଏ।ଭାରତର ମହାନ ଇଞ୍ଜିନିୟର ତଥା ଭାରତ ରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା (M. Visvesvaraya) ଙ୍କ ଜନ୍ମ ଜୟନ୍ତୀକୁ ସମ୍ମାନ ଜଣାଇ ଏହି ଦିବସ ପାଳିତ ହୁଏ।ସାର୍ ଏମ୍. ବିଶ୍ୱେଶ୍ୱରାୟା ଜଣେ ଆଧୁନିକ ମହିଶୂର (ଏବେକାର କର୍ଣ୍ଣାଟକ) ର ମୁଖ୍ୟ ନିର୍ମାତା ଥିଲେ। କୃଷ୍ଣ ରାଜା ସାଗର ବନ୍ଧ ନିର୍ମାଣ ଏବଂ ଦେଶରେ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀର ବିକାଶ ପାଇଁ ସେ ପ୍ରସିଦ୍ଧ। ଦେଶର ବିକାଶ ଓ ପ୍ରଗତିରେ ସମସ୍ତ ଇଞ୍ଜିନିୟରମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। କେବଳ ଭାରତ ନୁହେଁ, ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ମଧ୍ୟ ସେପ୍ଟେମ୍ବର ୧୫ କୁ ଇଞ୍ଜିନିୟର୍ସ ଡେ ଭାବେ ପାଳନ କରାଯାଏ। ୧୦ ଜଣ ବୟୋଜ୍ୟେଷ୍ଠ ପୂର୍ବତନ ପ୍ରଫେସର ତଥା ଆଲୁମ୍ନାଇଙ୍କୁ ସମ୍ବର୍ଦ୍ଧନା, କୁଇଜ୍ ମାଷ୍ଟର ଶ୍ରୀ ସମ୍ପଦ ମିଶ୍ରଙ୍କ ଦ୍ୱାରା କୁଇଜ୍ ପ୍ରତିଯୋଗିତା ଓ ବିଜେତାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ମାନ
ଏହି ଅବସରରେ ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫେସର ହୃଷୀକେଶ ନାଏକ, ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଅସୀମ ସାବତ, କୋଷାଧ୍ୟକ୍ଷ ଶ୍ରୀ ରାହୁଲ ଅଗ୍ରୱାଲ, ସିନିୟର ଆଲୁମ୍ନାଇ ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ସମେତ ବହୁ ଆଲୁମ୍ନାଇ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ଶ୍ରୀ ଅନୁପ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।