ସତ୍ୟବାଦୀ: ବଳରାମପୁରଗଢ ଗ୍ରାମର ଗ୍ରାମ ଦେବତୀ ମା ଜାଗୁଳାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳରାମପୁରଗଢ ଗ୍ରାମର ଗ୍ରାମ ଦେବତୀ ମା ଜଗୁଲାଇଙ୍କ ନୂତନ ମନ୍ଦିର ଓ ପାର୍ଶ୍ଵ ଦେବା ଦେବୀଙ୍କ ପ୍ରତିଷ୍ଠା ଉତ୍ସବ ଆଜି ଅପରାହ୍ନ ତିନିଟା ରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଅତିଥି ଭାବେ ଯୋଗଦେଇ ମା ଜାଗୁଳାଇ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳ ବାସିଙ୍କ ମଙ୍ଗଳ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେତକୀ ପାଟଣା ପଞ୍ଚାୟତ ସମିତି ସଭ୍ୟ ସମ୍ପଦ ପରିଡ଼ା ଓ ବରିଷ୍ଠ ବିଜେପି ନେତା ସୁବାଷ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।