#ଭିଜିଲାନ୍ସ_ପଞ୍ଜାରେ_ଆଉ_ଜଣେ_ସରକାରୀ_ବାବୁ!
ଏକକାଳୀନ ୬ଟି ସ୍ଥାନରେ ଚାଲିଛି ତଲାସି। ଏହି ବିଶାଳ ଚଢ଼ଉ ପ୍ରକ୍ରିୟାରେ ସାମିଲ ଅଛନ୍ତି ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ କର୍ମଚାରୀ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ୪ ମହଲା ବିଶିଷ୍ଟ ବିଶାଳ କୋଠା,ବ୍ରହ୍ମପୁର ନୀଳାଚଳ ନଗର ସ୍ଥିତ ୨ ମହଲା ବିଶିଷ୍ଟ ଘର,ଗଞ୍ଜାମ ବାସୁଦେବପୁର (ଗୋବରା) ସ୍ଥିତ ବାସଭବନ, ବ୍ରହ୍ମପୁର ଗଜପତି ନଗର ସ୍ଥିତ ପୈତୃକ ଘର, ମାଲକାନଗିରି, ଭଡ଼ା ଘର ଏବଂ ମାଲକାନଗିରି DRDA ସ୍ଥିତ କାର୍ଯ୍ୟାଳୟ କକ୍ଷ ଚଢ଼ଉ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଜମି ଦଲିଲ୍, ଆକାଉଣ୍ଟ ଡିଟେଲ୍ସ ଏବଂ ସୁନାଗହଣାର ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ୬ଟି ସ୍ଥାନରେ ଖୋଳତାଡ଼ ଜାରି ରହିଥିବା ବେଳେ, ଶିଶିର ଦାସଙ୍କ ମୋଟ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ କେତେ, ସେ ନେଇ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଉଛି। ଚଢ଼ଉ ପ୍ରକ୍ରିୟା ଶେଷ ହେବା ପରେ ହିଁ ଜଣାପଡ଼ିବ ଯେ, ମାଥିଲି AEE ଶିଶିର କୁମାର ଦାସ କେତେ କୋଟି ଟଙ୍କାର ସମ୍ପତ୍ତିର ମାଲିକ।
#raid #Vigilance #govermentemployee #BreakingNews #charchatv #NewsUpdate #latestnews