ରାଉରକେଲା ଇଣ୍ଡଷ୍ଟ୍ରିଆଲ ଟାଉନସିପ ପୋଲିସ ଷ୍ଟେସନ: ରାଉରକେଲା ଇସ୍ପାତ କାରଖାନାର ଶ୍ରମିକ ମାନଙ୍କ ପାଇଁ ଲଢେଇ ଜାରି ରଖିଥିବା ମଣିଷଟିଏ "ଗାଙ୍ଗପୁର ମଜଦୁର ମଞ୍ଚ" ର ସାଧାରଣ ସମ୍ପାଦକ ଗୋପାଳ ଦାସ
ଜୁନ ୨ ତାରିଖ ସକାଳ ୯ଟା ୩ଓ ମିନିଟ ସମୟରେ ଫର୍ଟୀଲାଇଜର ସ୍ଥିତ "ଗାଙ୍ଗପୁର ମଜଦୁର ମଞ୍ଚ"ର ନିଜସ୍ୱ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କଲେ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭିତରେ ଅସଂଖ୍ୟ ବାହାର ରାଜ୍ୟର କମ୍ପାନୀ ମାନେ,ରାଉରକେଲା ଇସ୍ପାତ କାରଖାନ ର ପ୍ରଶାସନ ସହ ମଧୁଚନ୍ଦ୍ରିକା ଚଳେଇଛନ୍ତି,ଶ୍ରମିକମାନଙ୍କୁ ଅନ୍ଧକାରରେ ରଖି, ହଇରାଣ ହରକତ କରିବା ସହ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି, ବାହାର ରାଜ୍ୟରୁ ଶିଳ୍ପ ପତି ମାନେ ଆସି କାରଖାନା ପ୍ରଶାସନ ସହ ହାତ ମିଳାଇ ମାଲାମାଲ ହେଉଥିବା ବେଳେ ପ୍ରାଇଭେଟ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପ ଟଙ୍କାରେ ଖଟୁଛନ୍ତି