ଶାସନ ଥାନା ଅନ୍ତର୍ଗତ ତବଲା ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଜଣେ ବ୍ୟକ୍ତି ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ଜଣେ ବ୍ୟକ୍ତି ଘରକୁ ଫେରୁଥିବା ସମୟରେ ତବଲା ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ l ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ଆହତ ବ୍ୟକ୍ତିଙ୍କୁ ମେଡିକାଲ ଆଣିଥିଲେ l ଆହତ ବ୍ୟକ୍ତିଙ୍କ ମୁଣ୍ଡ ଓ ମୁହଁରେ ଆଘାତ ହୋଇଥିବା ଦେଖିବାକୁ ମିଳିଛି l ସେପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି l