ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ପଞ୍ଚାୟତ କୁ ବାମରା ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବାମରା ବସଷ୍ଟାଣ୍ଡ, ହାଇସ୍କୁଲ ପଡ଼ା, ଦଲଦଲିଆ ପଡ଼ା ଓ ବ୍ଲକ କଲୋନୀ କୁ ନେଇ ଗଠିତ ହୋଇଥିବା ୯ ନମ୍ବର ୱାର୍ଡ଼ କାଉନସିଲ କୁ ଅନୁସୁଚିତ ଜନଜାତି ପାଇଁ ସନ୍ରକ୍ଷିତ କରାଯାଇଛି। ଅନ୍ୟ ପଟେ ଘୋଷଣା ହୋଇଥିବା ୯ ନମ୍ବର ୱାର୍ଡ଼ରେ ସାଧାରଣ ବର୍ଗ ଲୋକଙ୍କ ସଙ୍ଖ୍ୟା ସର୍ବାଧିକ ଥିବାରୁ ଉକ୍ତ ୱାର୍ଡ଼ କୁ ସଂରକ୍ଷିତ ନକରି ସାଧାରଣ କରିବା ପାଇଁ ଦାବି ରହିଛି। ସେହି ପରି ମିଟୁପଡ଼ା ଓ ପଣ୍ଡରି ପଥର କୁ ନେଇ ଗଠିତ ହୋଇଥିବା ୩ ନମ୍ବର ୱାର୍ଡ କାଉନସିଲ ସିଟ କୁ ମହିଳା ରୁ ପରିବର୍ତ୍ତନ କ