ରାଉରକେଲା ସର୍କିଟ୍ ହାଉସରେ ଆଡଲ୍ଟ ଫିଲ୍ମ ଷ୍ଟାରଙ୍କ ରହଣୀକୁ ନେଇ ତନାଘନା |
ରାଉରକେଲା ସରକାରୀ ସର୍କିଟ୍ ହାଉସରେ ଜଣେ 'ଆଡଲ୍ଟ ଫିଲ୍ମ ଷ୍ଟାର'ଙ୍କ ରହଣୀକୁ ନେଇ ତୀବ୍ର ବିବାଦ ଓ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବର ୧ ତାରିଖରେ ରାଉରକେଲା ଗସ୍ତ ସମୟରେ ଜଣେ ଅଭିନେତ୍ରୀଙ୍କ ପାଇଁ ସରକାରୀ ସର୍କିଟ୍ ହାଉସରେ ରୁମ୍ କିପରି ବୁକ୍ ହେଲା, କାହା ସୁପାରିସରେ ଏହି ସୁଯୋଗ ମିଳିଲା ଏବଂ ନିର୍ଦ୍ଧାରିତ ନିୟମ ପାଳନ କରାଯାଇଥିଲା କି ନାହିଁ, ସେ ନେଇ ଖୋଳତାଡ଼ ଜାରି ରହିଛି 1। ଏହି ଘଟଣାରେ ୩ ଜଣଙ୍କୁ ପଚରାଉଚରା କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ SP ପାହ୍ୟାର ଅଧିକାରୀ ମଧ୍ୟ ଅଛନ୍ତି |
#BreakingNews #latastnews #raulkela #pabitranewsodisha