ଜଗତସିଂହପୁର: ତିର୍ତ୍ତୋଲରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା: ନୂତନ ହିତାଧିକାରୀଙ୍କୁ ମିଳିଲା ପେନ୍ସନ୍
ତିର୍ତ୍ତୋଲ ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ। ସଫଳ ଚାଷୀଙ୍କୁ ମିଳିଲା ପ୍ରୋତ୍ସାହନ। ସେହିପରି ମଧୁବାବୁ ପେନ୍ସନ୍ ଯୋଜନାରେ ତିର୍ତ୍ତୋଲର ୧,୨୯୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନର ଶୁଭାରମ୍ଭ ହୋଇଛି। ସରକାରଙ୍କ ଏହି ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟରେ ମୋଟ ୪୧,୮୦,୮୨୫ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି।