କୁଜଙ୍ଗ: କୁଜଙ୍ଗା: ବେଆଇନ ବାଣ ଜବତ, ୩ ଗିରଫ
କୁଜଙ୍ଗା ପୋଲିସ ପଥୁରିଆ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବାଣ ଓ ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ ପରିକ୍ଷିତ ସାହୁ, ତୋଫାନ କୁମାର ସାହୁ ଓ ସୁବାଷ ଚନ୍ଦ୍ର ସାହୁ ନାମକ ତିନି ଜଣଙ୍କୁ ଗିରଫ କରାଯାଇଛି। କୁଜଙ୍ଗା ଥାନାରେ ମାମଲା ନମ୍ବର ୨୭୫/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।