ସୁନ୍ଦରଗଡ ସହର: ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା କିଞ୍ଜିର୍ମାରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଆଜି ନଭେମ୍ୱର 28 ତାରିଖ ଶୁକ୍ରବାର ମଧ୍ୟାହ୍ନ 12:30 ରୁ ଅପରାହ୍ନ 2:30 ପର୍ଯ୍ୟନ୍ତ ଚାଲିଥିଲା ଏହି ସଚେତନତା ରାଲି। ରାଲିରେ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ, ଭଷ୍ମା ପୋଲିସ ସହ ସ୍ଥାନୀୟ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଜେରା ଫାଟାଲିଟ ବା ଶୂନ୍ୟ ମୃତ୍ୟ ପକ୍ଷ ପାଳନ ଅବସରରେ ବିଭାଗ ଆଡୁ ସମସ୍ତଙ୍କୁ ସଚେତନ କରିବା ନେଇ ଏହି ସଚେତନତା କାର୍ଯ୍ୟ କ୍ରମ ଚାଲୁ ରହିଛି। ଏହି କ୍ରମରେ ସଦର ବ୍ଲକର ଅନନ୍ୟ ଆଦର୍ଶ ଗ୍ରାମ କିଞ୍ଜିର୍ମାରେ ଏହି କାର୍ଯ୍ୟକ୍ରମ ଆଜି ବିଭାଗ ତରଫରୁ କରଯାଇଛି।