ବାଗଡ଼ିହି ରେଳ ଷ୍ଟେସନ ରେ କାର୍ଯ୍ୟରତ ଜଣେ ମହିଳା ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ତାଙ୍କ ପରିବାର ବର୍ଗ ଗଡ଼ପୋଷ ପୋଲିସ ଫାଣ୍ଡିର ଦ୍ବାରସ୍ଥ ହୋଇଥିବା ସୂଚନା ରହିଛି। କ୍ଷତିପୂରଣ ନେଇ ଲିଖିତ ପ୍ରତିଶ୍ରୁତି ପରେ ଶନିବାର ଦିନ ମହିଳାଙ୍କ ଶବ ସତ୍କାର କରାଯାଇଛି। ସୂଚନା ଅନୁସାରେ ଭେଲୁଆଁଡିହି ଗ୍ରାମର ସବିତା ହେସ, ବାଗଡିହି ରେଳ ଷ୍ଟେସନ ରେଳ ଧାରଣାରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ।