ଚମ୍ପୁଆ: ରୁଗୁଡି ଏଚପି ପେଟ୍ରୋଲ ପମ୍ପ ନିକଟରେ ହାଇୱା ଦୁର୍ଘଟଣା ଗ୍ରସ୍ତ
ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଏଚପି ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ହାଇୱାର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତାହତଙ୍କ ବିଷୟରେ ସୂଚନା ମିଳି ପାରି ନାହିଁ। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ରହିଛି।