କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ ବ୍ଲକ୍ ରକ୍ସା ପଞ୍ଚାୟତ ଅନ୍ତର୍ଗତ ଦହ୍ୟା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହେଶ୍ୱରପିଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଆୟୋଜିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଦହ୍ୟା କ୍ଲଷ୍ଟର ର ସି ଆର୍ ସି ସି ଶ୍ରୀ କାହୁଁ ଚରଣ ସେଠୀ , ମୁଖ୍ୟ ଅତିଥି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧରଣୀଧର ମେହେର, ସମ୍ମାନିତ ଅତିଥି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶଶିଭୂଷଣ ମହାକୁଡ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରଙ୍ଗିତା ମହାପାତ୍ର ଙ୍କ ସହିତ କ୍ଲଷ୍ଟର୍ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କେବଳ ପାଠପଢ଼ା ନୁହେଁ, ବରଂ ନାଚ, ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବକ୍ତୃତା, କୁଇଜ୍ ଓ ବିଜ୍ଞାନ ପ୍ରଦର୍ଶନୀ ଭଳି ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁର ସର୍ବାଙ୍ଗୀନ ବିକାଶ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ । ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ହେମକାନ୍ତ ମେହେର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସାର୍ଟିଫିକେଟ ପ୍ରଦାନ କରାଗଲା। ତତ୍ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲା ଏଥିରେ ପିଏମ୍ ଶ୍ରୀ ନୋଡାଲ ହାଇ ସ୍କୁଲ ଦହ୍ୟା ର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଜାନୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।