ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ରେ ଥିବା ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ କରି ଗତକାଲି ଠାରୁ ସ୍ଥାନୀୟ ମହିଳାମାନେ ଦୋକାନ ଆଗରେ ଧାରଣା ରେ ବସିଛନ୍ତି l ଜନବସତୀ ଓ ମୁଖ୍ୟ ବଜାରରେ ଥିବା ଦୋକାନ ବନ୍ଦ କରିବାକୁ ଦୀର୍ଘ ଦିନ ଧରି ପ୍ରଶାସନ କୁ ଅନୁରୋଧ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହିଳା ମାନେ ପୁଣି ଆଜି ଦିନ 10 ଟା ରୁ ଦୋକାନ ଆଗରେ ଧାରଣା ରେ ବସିଛନ୍ତି l ଘଟଣା ସ୍ଥଳରେ ଉତ୍ତେଜନାକୁ ଲକ୍ଷ୍ୟକରି ପୋଲିସ ଫୋର୍ସ ମୁତୟନ କରାଯାଇଛି l