ଟିଟିଲାଗଡ: ଡିସେମ୍ବର ୭ ତାରିଖ ସନ୍ଧ୍ୟାରେ ହ୍ୟୁମାନ ସାଗରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା - ଯୋଗଦେବେ ଓଡ଼ିଶାର ସୁନାମ ଧନ୍ୟ କଳାକାର
ସୋମବାର ସନ୍ଧ୍ୟାରେ ସ୍ଥାନୀୟ ରିଗାଲ ପ୍ଲାଜା ସମ୍ମିଳନୀ କକ୍ଷରେ ସ୍ବର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଏକ ସଭା ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଓଡ଼ିଶାର ସୁନାମ ଧନ୍ୟ ସମସ୍ତ କଳାକାର ମାନେ ଆସି ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଠ ଶିଳ୍ପୀ ରୂକୁ ସୁନା, ରାଜେଶ ପ୍ରଧାନ, ଗଗନ ବାଗ, ନରସିଂହ ସିଂ ଓ ଟିଟିଲାଗଡ଼ର ବିଶିଷ୍ଟ ବ୍ୟକ୍ତି ବିଶେଷ। ହ୍ୟୁମାନଙ୍କୁ ନିଜର ଜନ୍ମ ମାଟିରେ ହିଁ ଶ୍ରଦ୍ଧାଂଜଳି ଦେବାକୁ ସମସ୍ତେ କହିବାରୁ ପାଖାପାଖି ତିରିଶ ହଜାର ଲୋକଙ୍କ ସମାଗମ ସହିତ ଏକ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସ