ଭଦ୍ରକ: ଉଦଘାଟନ ପରେ ଗେଟରେ ପଡ଼ିଲା ତାଲା, ଆଜି ଭଦ୍ରକ ପୌର ପରିଷଦ ଦ୍ୱାରା ଅନୁମୋଦିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଚି । ମଠସାହିଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ଶ୍ମଶାନ, ନୂତନ ବସ୍ଷ୍ଟାଣ୍ଡ ନିକଟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ଆଧୁନିକ ସୁଲଭ ଶୌଚାଳୟ ଏବଂ ୨୫ ଲକ୍ଷ ଟଙ୍କା ବ୍ୟୟରେ ଇଭି (EV) ଚାର୍ଜିଂ ଷ୍ଟେସନର ଉଦ୍ଘାଟନ ପୌର ପରିଷଦ ଦ୍ବାରା କରାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ରାଜ ନୈତିକ ବ୍ୟକ୍ତି ବିଜେପି ସମର୍ଥକ ମାନେ ବିରୋଧ କରିଥିଲେ। ସୂଚନା ଆଜି ଭଦ୍ରକ ବିଧାୟକ ଓ ସାଂସଦ ଏହି ଉଦଘାଟନ କାର୍ଯ୍ୟ କରିଥାନ୍ତେ। ଏହା ପୂର୍ବରୁ ପୌରଧ୍ୟକ୍ଷା ଉଦଘାଟନ କାର୍ଯ୍ୟ ନିଜ ହାତକୁ ନେଇଥିଲେ। ନାମଫଳକ ରେ ମନ୍ତ୍ରୀ ସାଂସଦ ବିଧାୟକ ଜିଲ୍ଲାପାଳଙ୍କ ସମେତ ପୌରଧ୍ୟକ୍ଷାଙ୍କ ନାମ ଉପସ୍ଥାପନ କରାଯାଇଥିଲା । ଏହି ଅତିଥି ମାନଙ୍କ ବିନା ଉପସ୍ଥିତିରେ ଅଚାନକ ପୌର ପରିଷଦ ଦ୍ୱାରା ଉଦଘାଟନକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଏହି ଉଦଘାଟନକୁ ନିନ୍ଦା କରି ଜିଲ୍ଲାପାଳଙ୍କ ନିକଟରେ ଏକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଛନ୍ତି ବିଜେପି ବରିଷ୍ଠ ନେତା ମାନେ।
#citykhabarbhadrak