ସୋର ପୌରପାଳିକା ଅନ୍ତର୍ଗତ ବାଳେଶ୍ୱର ସ୍ଥିତ ବାଲୁକେଶ୍ୱର ଶିବ ମନ୍ଦିର ନିକଟରେ ସୋର ଗୋଲ୍ଡେନ କ୍ଳବ ପକ୍ଷରୁ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟକୁ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସୋର ଓ ବାଲେଶ୍ୱରରୁ ୩୦ ଗୋଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ବିଲିଭ୍ କ୍ଲବ୍ କୁରୁଡ଼ା ଓ ବାବୁନା ଟିମ୍ ରେମୁଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବବୁନା ଟିମ୍କୁ ହରାଇ ବିଳିଭ୍ କ୍ଲବ୍ କୁରୁଡ଼ା ଚମ୍ପିୟାନ ହୋଇଥିଲା ।