ଶ୍ୟାମାଖୁଣ୍ଟା ବ୍ଳକ ଅନ୍ତର୍ଗତ ପାଇକବସା ସ୍ଥିତ ପାଇକବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟୁଥିବା ବିଭିନ୍ନ ଅନିୟମିତା ସମ୍ପର୍କରେ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକମାନେ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ ସୋମବାର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପାଇକବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ହେଉଥିବାର ନେଇ ପୂର୍ବରୁ ଅଭିଯୋଗ ହୋଇଛି।