ଆଜି ଅପରାହ୍ନ ୪ଟାରେ ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ରକରି ପିପିଲି ହାଟ ଛକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର ଯାତ୍ରୀଙ୍କ ଆକ୍ରମଣରେ ସ୍ଥାନୀୟ ଉଜାଣି ପଡ଼ା ଗ୍ରାମର ଗୋବିନ୍ଦ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡିଛି। ଆଜି ଅପରାହ୍ନରେ ଜଟଣୀ ବାଛରା ବରପଦା ଗ୍ରାମର ଯୁବକ ମାନେ ପିପିଲି ଅଞ୍ଚଳକୁ ଏକ ବିବାହରେ ଯୋଗଦେବାକୁ ଆସିଥିଲା ବେଳେ ସାମାନ୍ୟ ଘଟଣାକୁ ନେଇ ଯୁବକ ମାନେ ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଉଜାଣି ପଡ଼ା ଗ୍ରାମର ଯୁବକ ମାନେ ଆସିବାରୁ ପୁନର୍ବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି