ଯାଜପୁର : ୨୦୨୧ ମସିହା ମଙ୍ଗଳପୁର ଥାନା ପ୍ରଗତିବିହାରରେ ଭଡା ରେ ରହୁଥୁବା ସ୍ୱାମୀ ଅଟଳ କୁଅଁର ଙ୍କୁ ହତ୍ୟାକାଣ୍ଡ ଘଟଣା ରାୟ ପ୍ରକାଶ। ଅଭିଯୁକ୍ତ ପତ୍ନୀ ମମତା କୁଅଁର ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୧୫ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଜରିମାନା ଓ ଅନାଦେୟ ଅଧିକ ୧୨ମାସ ପାଇଁ ଜେଲଦଣ୍ଡ। ସ୍ୱାମି ଶୋଇଥିବା ସମୟରେ ତକିଆ ଓ ଚାର୍ଜର କର୍ଡ ରେ ଗଳାଚାପି ହତ୍ୟା କରିଥିଲା ପତ୍ନୀ। ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦୋଷ ରେ ଖଲାସ କଲେ ଅଦାଲତ।
#JajpurNews #bharat_news_odia
Singla, Balasore | Sep 11, 2026