ବାମରା ବ୍ଲକ ଅନ୍ତର୍ଗତ ବାଉଁଶଲଗା ଗ୍ରାମର ଜେନାମଣୀ ନାଏକ ଓ କେଦାର ଭୁମିଜ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟାରେ ଏକ ବାଇକ୍ ଯୋଗେ ବଡ଼ଗାଁ ପଟକୁ ଯାଉଥିବା ବେଳେ ସେମାନେ କୁରେବଗା ନଦୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇଥିଲେ। ଉକ୍ତ ଦୁର୍ଘଟଣାରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ବଡ଼ଗାଁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୁନ୍ଦରଗଡ଼ କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପଟେ ବଡ଼ଗାଁ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।