ଝାରସୁଗୁଡା: ଝାରସୁଗୁଡ଼ାରେ ମହା ସ୍ୱଚ୍ଛତା ଅଭିଯାନ: ସମଲେଶ୍ୱରୀ ମନ୍ଦିରରେ ଚାଲିଲା ସଫେଇ
ଝାରସୁଗୁଡ଼ାରେ ଆୟୋଜିତ ହୋଇଛି ମହା ସ୍ୱଚ୍ଛତା ଅଭିଯାନ। ୮ ନମ୍ବର ୱାର୍ଡର ସମଲେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକର୍ତ୍ତାଙ୍କ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱଚ୍ଛ ସହର ଗଠନ ପାଇଁ ସାଧାରଣ ନାଗରିକଙ୍କୁ ସଚେତନ କରାଯାଇଛି।