ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ଟାଉନ ହଲ ଠାରେ ଦିବଙ୍ଗତ ନେତା ତଥା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ତିହିଡି ଟାଉନ ହଲ ଠାରେ ଦିବଙ୍ଗତ ନେତା ତଥା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।ଏହି ପ୍ରସ୍ତୁତି ବୈଠକ ରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ତିହିଡି, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ନେତୃତ୍ବ ଓ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ଆଜି ଦିନ ୪.୩୦ ମିନିଟ ସମୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି।