ସଦର: କଳାହାଣ୍ଡି ରେ ଭାଦ୍ରବ ପ୍ରତିପଦା ରୁ ଆରମ୍ଭ ହେବ ନୁଆଖାଇ, ଧାର୍ଯ୍ୟହେଲା ତାରିଖ।
ବାହାରିଲା ନବାନ୍ନ ଲଗ୍ନ , ଅଗଷ୍ଟ ୨୩ରୁ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ପର୍ଯ୍ୟୟ ,ପ୍ରତିପଦା, ପଞ୍ଚମୀ , ଦଶମୀ,ରେ ନବାନ୍ନ ଲାଗିହେବ।ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ।କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଖାଇ ପାଳନ ହେଉଥିବା ବେଳେ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ତିଥିରେ କେସିଙ୍ଗା ବ୍ଳକ ପଥର୍ଲା ରେ ପ୍ରଥମେ ନୂଆଁଖାଇ ପାଲିତ ହେବ। ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ ହେଇଥାଏ ।