ସୁନାପୁର ଗ୍ରାମର କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ବୋଲବମ୍ ସଂଘ ତରଫରୁ ସାଂସ୍କୃତିକ ସନ୍ଧ୍ୟା
Chikiti, Ganjam | Nov 4, 2025
ପବିତ୍ର କାର୍ତ୍ତିକ ମାସ ପରିପ୍ରେକ୍ଷୀରେ ସୁନାପୁର ଗ୍ରାମ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ କାଶୀ ବିଶ୍ୱନାଥ ବୋଲବମ୍ ସଂଘ ତରଫରୁ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ମଂଗଳବାର ସଂଧ୍ୟାରେ ବୋଲବମ୍ ସଂଘ ସଭାପତି ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବେ ଯୋଗଦେଇଥିଲେ।