#ବାଇଧର_ମହାପାତ୍ରଙ୍କ_ପ୍ରଥମ_ଶ୍ରାଦ୍ଧ_ବାର୍ଷିକ_ଅବସରରେ_ଏକ_ସ୍ମୃତି_ଚାରଣ_ସଭା
ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ବାଇଧର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଯାଜପୁର ଗରିଆପୁରସ୍ଥିତ ପ୍ରମୋଦିନି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶର ନାୟକ, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଯାଜପୁର ପୌରପାଳିକାର ପୌର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗ ଦେଇ ଯାଜପୁର ଜିଲ୍ଲା ଗଠନ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ମାରଣୀକା ପୁସ୍ତକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଯିବି ଙ୍କ ସମେତ ବିଭିନ୍ନ ଦଳୀୟ ନେତୃତ୍ୱରେ ମାନେ ଯୋଗ ଦେଇଥିଲେ।
#lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha | Jun 24, 2026