ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡ଼ା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭାବରଡ଼ା ପଞ୍ଚାୟତର ଜନସାଧାରଣ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୩୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୫ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିବା ସୂଚନା ମିଳିଛି । ଏହାସହ ୧୨ ଜଣଙ୍କୁ ଘର ପଟ୍ଟା ଦିଆଯାଇଥିଲା ।