ପାରଳାଖେମୁଣ୍ଡି: କାଶୀନଗର: ନିର୍ମାଣ ହୋଇ ବନ୍ଦ ହୋଇ ପଡିଛି ମାର୍କେଟ କମ୍ପ୍ଲେକ୍ସ
ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡ଼ଭାଙ୍ଗି ଛକରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଅସାମାଜିକଙ୍କ ଆଡ୍ଡା ପାଲଟିଥିବା ଅଭିଯୋଗ ହୋଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏହାକୁ ପରିଦର୍ଶନ କରିଛନ୍ତି। ବ୍ୟବସାୟୀମାନେ ତୁରନ୍ତ ଦୋକାନ ଘର ବଣ୍ଟନ ପାଇଁ ଦାବି କରିଛନ୍ତି।