ଏମ୍ପିଭି-୮୧ ଗ୍ରାମରେ ଆୟୋଜିତ ସ୍ଥାନୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଲାଭରମ ଦଳ ଦମଦାର ବିଜୟ ହାସଲ କରିଛି। ରୋମାଞ୍ଚକର ମୁକାବିଲାରେ ମାଲାଭରମ ୨-୦ ଗୋଲରେ ମାର୍ତ୍ତଲଗୁଡ଼ା ଦଳକୁ ପରାସ୍ତ କରି ବିଜୟୀ ହୋଇଛି।
ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାଲାଭରମ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ମାର୍ତ୍ତଲଗୁଡ଼ା ଉପରେ ଚାପ ସୃଷ୍ଟି କରିଥିଲେ। ଶେଷରେ ଦୁଇଟି ଗୋଲ ସ୍କୋର କରି ମ୍ୟାଚ୍କୁ ୨-୦ ବ୍ୟବଧାନରେ ନିଜ ନାମରେ କରିଥିଲା ମାଲାଭରମ।
ଦୁର୍ଗାପୂଜାକୁ ନେଇ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମର ଯୁବକମାନେ ନିଜ ନିଜ ଦଳ ଗଠନ କରି ଅଂଶଗ୍ରହଣ କରୁଛନ୍ତି। ଟୁର୍ଣ୍ଣାମେଣ୍ଟକୁ ନେଇ ଅଞ୍ଚଳରେ ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ସୃଷ୍ଟି ହୋଇଛି।