ଗତକାଲି ବିଳମ୍ବିତ ରାତିରେ ଉତରା ସ୍ଥିତ ବିଶାଲ ଗାର୍ଡେନ ଆପାର୍ଟମେଣ୍ଟର ତାଲା କାଟି ଦୃର୍ବୁତ୍ତ ମାନେ ୪, ଗୋଟି ଫ୍ଲାଟରୁ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ କୌଶଲ୍ୟା ଗଙ୍ଗ ଫାଣ୍ଡି ପୋଲିସ ନିକଟରେ ଆଜି ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏଭଳି ସିରିଜ୍ ଚୋରୀକୁ ନେଇ ଆପାର୍ଟମେଣ୍ଟର ଅନ୍ତେବାସୀ ମାନେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି। ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ଜଣେ ଅନ୍ତେବାସୀ ନିଜ ପ୍ରତିକ୍ରିୟା ରଖିଛନ୍ତି।