ବାମରା ସ୍ଥିତ ଟ୍ରଷ୍ଟ ଫଣ୍ଡ କଲେଜ ଠାରେ ବାମ୍ରା ପିଏମ୍-ଉଷା PM ଉଷା ଯୋଜନା ଅନ୍ତର୍ଗତ କେମ୍ପସ ରିକ୍ରୁଟମେଣ୍ଟ ଡ୍ରାଇଭ୍ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ଅଭିଯାନଟି ଭୁବନେଶ୍ୱର ଭିତ୍ତିକ ପିନାକଲ୍ ହ୍ୟୁମାନ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରେନିଙ୍ଗ ଏଣ୍ଡ ଉଚ୍ଚ ଶିକ୍ଷା ର ନିର୍ଦ୍ଦେଶକ ସମ୍ବିତ କୁମାର ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚାକିରି ସୁଯୋଗ, କୌଶଳ ବିକାଶ ଓ କର୍ପୋରେଟ୍ ଜଗତର ଆବଶ୍ୟକତା ବିଷୟରେ ମାର୍ଗଦର୍ଶନ ଦେଇଥିଲେ।