ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ଗ୍ରାମର ଚାଷ ଜମିରେ ଗଦା ହୋଇଥିବା ଅମଳ ଧାନ ଗଦାରେ ଗତ ଶନିବାର ଦିନ ଅଗ୍ନିକାଣ୍ଡ ଘଟିଥିଲା l ଅଗ୍ନିକାଣ୍ଡ ରେ ୧୦ ଜଣ ଚାଷୀ ଙ୍କ ଧାନ ପାଉଁଶ ହୋଇଯାଇଥିବା ବେଳେ ଆଜି କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ସାକ୍ଷାତ କରିଛନ୍ତି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ସେ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ଓ ବହୁ ଆଗଧାଡିର ନେତା ଙ୍କ ସହ ମିଶି ଧାନ ପୋଡ଼ି ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ବୁଲି ଦେଖିଥିଲେ l