ବୌଦ୍ଧ ସଦର: ରାମଗଡ଼ ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ସ୍ବାମୀ ଓ ସ୍ତ୍ରୀ ଗୁରୁତର
ସୋମବାର ସନ୍ଧ୍ୟାରେ ପୁରୁଣା ଜଗନ୍ନାଥ ସଡକର ବୌଦ୍ଧ ଥାନା ରାମଗଡ଼ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମହାକୁଡପାଲି ଗ୍ରାମର ଏକ ଦମ୍ପତ୍ତି ଦୁଇ ଶିଶୁ କନ୍ୟାଙ୍କ ସହ ଏକ ପଲସର୍ ବାଇକ ଯୋଗେ ଖର ସଙ୍କୁଲେଇ ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଦୁର୍ଘଟଣାରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ଓ ଦୁଇ ଶିଶୁ କନ୍ୟା ସାମାନ୍ୟ ଆହତ ହୋଇଛନ୍ତି |