ମାଓ ସଙ୍ଗଠନ ପକ୍ଷରୁ ପୁଣି ଶାନ୍ତି ପ୍ରସ୍ତାବ ପାଇଁ ଲେଖା ଯାଇଛି ଚିଠି। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରରୁ ତେଲେଙ୍ଗନା ସରକାରଙ୍କ ଉଦେଶ୍ୟରେ ମାଓ ସଙ୍ଗଠନ ପକ୍ଷରୁ ଏହି ଚିଠି ଲେଖା ଯାଇଛି। ତେବେ ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପାଇଁ ଗୁରୁତ୍ଵପୂର୍ଣ ପଦକ୍ଷେପ ସହ ଅପରେସନକୁ ବଢାଇ ଦିଆଯାଇଛି। ଯାହା ଫଳରେ ମାଓ ସଙ୍ଗଠନ ବର୍ତ୍ତମାନ ଦୁର୍ବଳ ହେଉଥିବା ବେଳେ ସଙ୍ଗଠନ ପକ୍ଷରୁ ଅଷ୍ଟମ ଥର ପାଇଁ ମାଓ କେନ୍ଦ୍ରୀୟ କମିଟିର ନେତାଙ୍କ ଦ୍ଵାରା ଜାରି କରାଯାଇଛି।