ବାରିପଦା ସହରର ବିଭିନ୍ନ ଢ଼ାବା, ହୋଟେଲ, ଫାଷ୍ଟଫୁଡ଼ ଦୋକାନରେ ବେଆଇନ ମଦ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପୁଣି ଢ଼ାବାରୁ ମଦ ଜବତ କରାଯାଇଛି। ଭଞ୍ଜପୁର ଥାନା ପୁଲିସ ଦ୍ଵାରା ଚଢ଼ାଉ କରି ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଆଶିଷ କୁମାର ପ୍ରଧାନ। ସୂଚନା ଅନୁଯାୟୀ, ଭଞ୍ଜପୁର ଥାନା ପୁଲିସକୁ ମୁର୍ଗାବାଡ଼ି ସ୍ଥିତ କାଠମାଣ୍ଡୁ ଢ଼ାବାରେ ବେଆଇନ ମଦ କାରବାର ନେଇ ରବିବାର ମଦ ଜବତ କରାଯାଇଛି।