ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (୧) କୋର୍ଟରେ ଶନିବାର ପୁଲିସ ଦ୍ଵାରା ଗାଡି ମୋଟର ଚେକିଂ ବେଳେ ବାଇକ ଧକ୍କାରେ ସବ ଇନିସ୍ପେକ୍ଟରଙ୍କ ମୃତ୍ୟୁ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ୬ମାସର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆସାମୀ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନମୁହିଁ ଅଞ୍ଚଳର ଦୁଃଖୀରାମ ସୋରେନ(୩୩)।