ଲୋଇସିଂହା: ମେହେରମୁଣ୍ଡା ଗ୍ରାମରେ ସର୍ପଦଂଶନ ଜଣେ ଗୁରୁତର ଭୀମ ଭୋଇ ମେଡିକାଲରେ ଭର୍ତ୍ତି
ମେହେରମୁଣ୍ଡା ଗ୍ରାମର ବାସନ୍ତୀ ନନ୍ଦ ସର୍ପଦଂଶନରେ ଗୁରୁତର ହୋଇଛନ୍ତି। ଘଟଣା ଟି ଆଜି ଅପରାହ୍ନ ସମୟରେ ଘଟିଥିବା ବେଳେ, ହଠାତ୍ ସପ କାମୁଡ଼ିବା ପରେ ପରିବାରସଦସ୍ୟମାନେ ତାଙ୍କୁ ତତ୍କ୍ଷଣାତ୍ ଉଦ୍ଧାର କରି ଆଜି ରାତି ୯ଟା ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେଠାରେ ଚିକିତ୍ସାଧୀନ ଅଛନ୍ତି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଚିକିତ୍ସକମାନେ ତାଙ୍କ ସ୍ଥିତିକୁ ନିକଟ ନଜରରେ ରଖିଛନ୍ତି।