⛰️ ଇଜାର ମାଳି ପାହାଡ଼ ସୁରକ୍ଷା ପାଇଁ ଏକଜୁଟ ହେଲେ ୨୫ରୁ ଅଧିକ ଗ୍ରାମବାସୀ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ପୋଡାପଦର ଇଜାର ମାଳି ପାହାଡ଼ର ସୁରକ୍ଷା ଦାବିରେ ୨୫ରୁ ଅଧିକ ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି। "ଜମି, ଜଙ୍ଗଲ ଓ ପାଣି ଆଦିବାସୀଙ୍କର ଅଧିକାର" ବୋଲି ସେମାନେ ଦାବି କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ପଟ୍ଟାଙ୍ଗି ବିଧାୟକ କହିଛନ୍ତି, "ମୋତେ ମାରିଦେବେ, ତଥାପି ମୁଁ ମରିବାକୁ ଡରିବି ନାହିଁ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୋ ମାଟି ଓ ଅଞ୍ଚଳବାସୀଙ୍କ ପାଇଁ ଲଢ଼ିବି।"
ଏହି ବିଷୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଗ୍ରାମବାସୀମାନେ ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସେମାନଙ୍କ ଦାବି ପୂରଣ କରିବାକୁ ଆହ୍ୱାନ ଜଣାଇଛନ୍ତି।
#Koraput #Pottangi #Ijarmali #SaveIjarmali #TribalRights #Odisha