ଶୁଳିଆପଦା ଥାନା ବଡଭାଲିଆ ପଞ୍ଚାୟତ ତଥା ବଡଭାଲିଆ ଗ୍ରାମର ଜନୈକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଧାନଗଛରେ ଦିଆଯାଉଥିବା ଉତ୍କଟ କୀଟନାଶକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁପରେ ଶୂଳିଆପଦା ପୁଲିସ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କରିବା ସହିତ ବୁଧବାର ଅପରାହ୍ନ ୪ଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି l ମୃତକ ଜଣକ ହେଉଛନ୍ତି ବଡଭାଲିଆ ଗାଁର ରୂପାୟ ହାଁସଦା l